ଖୋଜିଲେ ମତେ, ନ ଥିବି ଆଉ, ସରିଲା ଯାହା, ଫେରିବ ନାହିଁ..
ପଡିବି ଯେବେ, ମନେ ମୁଁ ତୋର, ଲୁହ ବର୍ଷା ରେ, ଭିଜିବ ଭୂଇଁ..
କହି କି ଯାଇ-ଥାନ୍ତୁ କାରଣ ଗୋଟିଏ,
ବୁଝେଇ ଦେଇ ଥାନ୍ତି ମନ କୁ ଟିକିଏ,
ବିଚରା ମନ ଟା ମୋ ଛପିକି କାନ୍ଦେରେ,
ତୁ ବି କାନ୍ଦିବୁ ରେ ଦିନେ ମୋ ପାଇଁ..
ଖୋଜିଲେ ମତେ, ନ ଥିବି ଆଉ, ସରିଲା ଯାହା, ଫେରିବ ନାହିଁ..
ପଡିବି ଯେବେ, ମନେ ମୁଁ ତୋର, ଲୁହ ବର୍ଷା ରେ, ଭିଜିବ ଭୂଇଁ..(0)
Antara 01:
ହୃଦୟ ନୁହେଁ ରେ ମୋ ପଥର,
ଚୋଟ ମାରି ଚାଲି ଗଲେ ଚଳିବ..
ଯାତନା ଦବୁ ଯଦି ଏତେ ରେ,
କହ କେମିତି ରେ ସିଏ ସହିବ..
ପ୍ରେମ ର ଓଜନ ତୁ ଯେବେ ରେ ମାପିବୁ,
ସେ ମାପ କାଠି ଟିକେ ଭଲ ସେ ଦେଖିବୁ,
ମୋ ଭଲ ପାଇବା ଟା କେମିତି ଥିଲା ରେ,
ଜାଣିବୁ ହେଲେ ମୁଁ ନ ଥିବି ଆଉ..
ଖୋଜିଲେ ମତେ, ନ ଥିବି ଆଉ, ସରିଲା ଯାହା, ଫେରିବ ନାହିଁ..
ପଡିବି ଯେବେ, ମନେ ମୁଁ ତୋର, ଲୁହ ବର୍ଷା ରେ, ଭିଜିବ ଭୂଇଁ. (1)
Antara 02:
ଶୀତୁଆ ରାତି ରେ ମୋ ଅସ୍ତିତ,
ଖୋଜିବୁ ରେ ରେଜେଇ ତଳେ,
ଆଖି ତୋ ଭାରି ହେବ ଆପେ ରେ,
ପଲକ ର ବଉଦ ତଳେ..
କହି କି ଯାଇ-ଥାନ୍ତୁ କାରଣ ଗୋଟିଏ,
ବୁଝେଇ ଦେଇ ଥାନ୍ତି ମନ କୁ ଟିକିଏ,
ବିଚରା ମନ ଟା ମୋ ଛପିକି କାନ୍ଦେରେ,
ତୁ ବି କାନ୍ଦିବୁ ରେ ଦିନେ ମୋ ପାଇଁ..
ଖୋଜିଲେ ମତେ, ନ ଥିବି ଆଉ, ସରିଲା ଯାହା, ଫେରିବ ନାହିଁ..
ପଡିବି ଯେବେ, ମନେ ମୁଁ ତୋର, ଲୁହ ବର୍ଷା ରେ, ଭିଜିବ ଭୂଇଁ..(2)